Month: June 2024

ଆଶିଷ ସିଂ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ : ଏମ୍ସ

ଧରା ପଡିଲା ଆଶିଷଙ୍କ ମିଛ। ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ସେ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ମିଛରେ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ…

କାଳିଆ ସାଆନ୍ତଙ୍କ ପାଇଁ ମିଳୁନି ଫୁଲ

ଶ୍ରୀମନ୍ଦିରରେ ଫୁଲ ଅଭାବ । କାଳିଆ ସାଆନ୍ତଙ୍କ ପାଖରେ ପ୍ରତ୍ୟେକ ଦିନ କୁଢ କୁଢ ସୁବାସିତ ଫୁଲ ଲାଗି ହୋଇଥାଏ । ହେଲେ ଏବେ ଶ୍ରୀଜଗନ୍ନାଥଙ୍କ ପାଇଁ ଫୁଲର ଅଭାବ ହେଉଥିବା ଅଭିଯୋଗ ହୋଇଛି । ବାସି ଫୁଲ ଲାଗି କରାଯାଉଥିବା…

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ମହାକାଶଚାରୀ ୱିଲିୟମ ଆଣ୍ଡର୍ସ

ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଚନ୍ଦ୍ରର ପରିକ୍ରମା କରିଥିବା ପ୍ରଥମ ୩ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ଥିଲେ ୱିଲିୟମ ଆଣ୍ଡର୍ସ। ସୂଚନା ମୁତାବକ, ଚାଟାର୍ଡ ଫ୍ଲାଇଟ୍‌…

ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡ଼କରା

ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି।ନିର୍ବାଚନରେ ପରାଜୟ ପରେ ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏଥିପାଇଁ ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ…

ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ କଲେ ଶ୍ରୀଜଗନ୍ନାଥ ସେନା, ଗିରଫ ଦାବି

ବିଜେଡ଼ି ନେତା ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଛି। ଓଡ଼ିଆ ଅସ୍ମିତାକୁ ନଷ୍ଟ କରିଥିବା ଏବଂ ଓଡ଼ିଶାରୁ ୫୦ ହଜାର କୋଟି ଲୁଟି ନେଇଥିବା ଅଭିଯୋଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ…

ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍, ୨ ମୃତ ଓ ଅନେକ ଗୁରୁତର

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି ଓ ୭ ଗୁରୁତର ଅଛନ୍ତି…

ଆସନ୍ତା ୧୦ରେ ବିଜେପି ବିଧାୟକ ଦଳ ବୈଠକ

ଆସନ୍ତା ୧୦ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚିତ ବିଧାୟକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ କେନ୍ଦ୍ରୀୟ…

ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣା, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମୁଖ୍ୟ ଶାସନ ସଚିବ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ଲଗାଯାଇଥିଲା ବଡ଼ ବଡ଼ ଲାଇଟ୍ ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ…

ମିଡ଼ିଆ ବାଦଶାହ ରାମୋଜୀ ରାଓଙ୍କ ପରଲୋକ

ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କର ପରଲୋକ । ତେଲୁଗୁ ନ୍ୟୁଜ୍ ଏବଂ ଗଣମାଧ୍ୟମ ଏଟିଭି ନେଟୱାର୍କର ମୁଖ୍ୟ ତଥା ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଆଜି ଭୋର ପ୍ରାୟ ୩ଟା…

ଜୁନ ୧୨ରୁ 4 ମାସ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି…