ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି।

ପ୍ରତି ବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ବନ୍ଦ ରହିଥାଏ । ତେବେ ଚଳିତ ବର୍ଷ ମୌସୁମୀ ପାଇଁ ୪ ଦିନ ପୂର୍ବରୁ ଶିମିଳିପାଳକୁ ବନ୍ଦ କରାଯାଉଛି । କାରଣ ଲଗାତାର ଭାବେ ବର୍ଷା ହେଲେ ରାସ୍ତା ଧୋଇ ଯିବାର ସମ୍ଭାବନା ରହିଥାଏ । ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିପଦ ସଙ୍କୁଳ ରାସ୍ତାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଶିମିଳିପାଳ ପ୍ରବେଶ ବାରଣ କରାଯାଇଥାଏ । ଶିମିଳିପାଳ ବନ୍ଦ ଥିବା ସମୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ ।

ବର୍ଷାଦିନ ସରିବା ପରେ ପରିସ୍ଥିତିକୁ ଦେଖି ଅକ୍ଟୋବର ମାସ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି ଶିମିଳିପାଳ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଶିମିଳିପାଳ ଟାଇଗର ରିଜର୍ଭ ବନ୍ଦ ନେଇ ଘୋଷଣା କରାଯାଇଥିଲେ ମଧ୍ୟ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁରୁଗୁଡ଼ିଆ, କୁଁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ ଖୋଲା ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ନୋଟିସ ମାଧ୍ୟମରେ ସୂଚନା ଦେଇଛନ୍ତି।

By SonaliP

Leave a Reply

Your email address will not be published. Required fields are marked *