ଆଜି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ଗର୍ଭବତୀ ମହିଳାଙ୍କୁ ୬ହଜାର ଟଙ୍କା ଆର୍ଥିକ ସହାୟତା ଦେଉଛି କିନ୍ତୁ ଓଡ଼ିଶା ସରକାର ଏହି ଯୋଜନାକୁ ଲାଗୁ କରୁନାହିଁ। ଗର୍ଭସ୍ଥ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଉତ୍ତମ ପୋଷଣ ପାଇଁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେଉଥିବା ବେଳେ ଏଭଳି ମହତ ଯୋଜନାରୁ ଓଡ଼ିଶା ସରକାର ଲାଗୁ କରୁ ନାହାନ୍ତି। ଓଡ଼ିଶାର କୌଣସି ବି ମା’ ଏଥି ପାଇଁ ବିଜେଡ଼ିକୁ କ୍ଷମା ଦେବେ ନାହିଁ ବୋଲି ମୋଦି କହିଛନ୍ତି। ଏହାସହ ଓଡ଼ିଶାରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ଓଡ଼ିଶାରେ ସୃଷ୍ଟି ହେବେ। ଗାଁ ଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲକ୍ଷପତି ଦିଦି ହେବେ , ଆତ୍ମନିର୍ଭର ହେବେ ଏହାଠୁ ବଡ କଥା କଣ ହୋଇପାରେ।

By Nirvay

Leave a Reply

Your email address will not be published. Required fields are marked *