ଦିର୍ଘସମୟ ପରେ ଭୁବନେଶ୍ୱରରେ ଆସି ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଡ଼ିଆଳରୁ ଭୁବନେଶ୍ୱର ଫେରୁଥିବା ବେଳେ କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଏହାପରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ତେବେ ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସୁରକ୍ଷିତ ଥିବା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସୂଚନା ଦେଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *