ପୁରୀ; ଆଜି ପୁଣି ପୁରୀରେ ଉମା-ସୁଜିତ୍ ମୁହାଁମୁହିଁ । ଆଜି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। ଉମାବଲ୍ଲଭ ରଥ ଓ ସୁଜିତ ମହାପାତ୍ର ନାମାଙ୍କନ ଦାଖଲ ପାଇଁ ଯାଇଥିଲେ। ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ। ସମୟରେ ଉଭୟ ସମର୍ଥକ ମାନଙ୍କ ମଧ୍ୟରେ ଠେଲା ପେଲା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ମଧ୍ୟ ଉମାଙ୍କ ଉପରକୁ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଥିଲା । ତେବେ ଉମା ଏହି ଆକ୍ରମଣ ପରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ ।

ଗତକାଲି ପୁରୀ ବିଧାନସଭା ଆସନରୁ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ଆଉ ଏହାର କିଛି ଘଣ୍ଟା ପରେ ଉମାଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ସୁଜିତ ମହାପାତ୍ରଙ୍କ ଟିକେଟ୍‌ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ । ଟିକେଟ ବଦଳପରଠାରୁ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିବାରେ ଲାଗିଛି । ଆଜି ଉଭୟଙ୍କ ମଧ୍ୟରେ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା।

 

By SonaliP

Leave a Reply

Your email address will not be published. Required fields are marked *