ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଏହି ମହାସମାରୋହ ପୂର୍ବରୁ ଆଜି ରାଜ୍ୟ ସରକାର ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କେତୋଟି ସେସନ ରହିବ, କଣ କାର୍ଯ୍ୟକ୍ରମ ରହିବ ସେନେଇ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ କୁମାର ଆହୁଜା କହିଛନ୍ତି ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏହି ଅବସରରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି । ୩ ଦିନରେ ମୋଟ ୫ଟି ଅଧିବେଶନ ରହିଛି ।  ଏଥିରେ ଆଦିବାସୀ ମେଳା, ଫୁଡ ଫେଷ୍ଟିଭାଲ୍, ପୁଷ୍ପ ପ୍ରଦର୍ଶନୀ, ମୁକ୍ତେଶ୍ବର ଉତ୍ସବ ପ୍ରମୁଖ। ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ଭାରତୀୟମାନଙ୍କୁ ନିଆଯିବ।

Leave a Reply

Your email address will not be published. Required fields are marked *