ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଜଳଭଣ୍ଡାରର ଆଉ ଗୋଟିଏ ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମର ମୋଟ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଅଧିବାସୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। Post navigation Cuttack Food Safety Raid: ନିମ୍ନମାନର ଖାଦ୍ୟ ପାଇଁ ସିଡିଏ-୬ର ୨ଟି ହୋଟେଲ୍ ସିଲ୍