ବାଣପୁରରେ ଭିଡ଼ ହିଂସା । ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ମାରି ହତ୍ୟା କରାଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଚୋରି କରୁଥିବା ଅଭିଯୋଗରେ ଖଣତ ଗାଁ ଦାଣ୍ଡରେ ତୋଫାନ ନାୟକ ନାମକ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ଯୁବକ ତୋଫାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଅନ୍ୟପଟେ ଯୁବକଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। Post navigation Odisha Vigilance Raids VIMSAR Officials in Disproportionate Assets Probe Naveen Patnaik slams Odisha Govt over Textbook Errors