ଭୁବନେଶ୍ଵର: ଏହି ସପ୍ତାହରେ ଆଗୁଆ ୧୦୦ ଲୋକସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏହି ତାଲିକାରେ ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶାର ୫ ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ବର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ର ଆସନ ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା। ସମ୍ବଲପୁରରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ସୁନ୍ଦରଗଡରୁ ଜୁଏଲ ଓରାମ ଓ କଟକରୁ ଡାଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ  ନାଁ ଘୋଷଣା କରିପାରେ ବିଜେପି। ପୂର୍ବରୁ ନିର୍ଭୟ ପକ୍ଷରୁ ମଧ୍ୟ ଏହି ଆକଳନ କରାଯାଇଥିଲା ।

ସେପଟେ ବିଜେଡି ବି ପ୍ରାର୍ଥୀ ତାଲିକା ଘୋଷଣା ନେଇ ଜୋରରେ ଅଙ୍କ କଷୁଛି । ଦଳର ପାଖରେ ୧୦ ହଜାରରୁ ଅଧିକ ଆବେଦନ ପହଁଚିଛି । ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *