ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ବର୍ଷା । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ କୋହଲା ରହିବ । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ମଧ୍ୟ କମ୍ ରହିବ ।

ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୦.୫ମିମି ବର୍ଷା ହୋଇଛି । ଭବାନୀପାଟଣାରେ ୭.୬ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ମିମି ବର୍ଷା ହୋଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *