ଭୁବନେଶ୍ୱର: ଭାଇରାଲ୍ ହେବାରେ ଲାଗିଛି ଲୋକସଭା ନିର୍ବାଚନ ତାରିଖ।କିଛି ଦିନ ହେବ ଭାଇରାଲ ଲେଟରରେ ଆକଳନ କରାଯାଇଥିଲା ଯେ ଏପ୍ରିଲ ୧୬ ରେ ହୋଇଥାନ୍ତା ଲୋକସଭା ନିର୍ବାଚନ। କିନ୍ତୁ ଆଜି ଚିଫ ଇଲେକ୍ଟିରାଲ ଅଫିସ ତରଫରୁ ନିର୍ବାଚନର ପ୍ରକୃତ କାର୍ଯ୍ୟସୂଚୀ ଉପରେ କୌଣସି ତାରିଖ ନିର୍ଦ୍ଧାରିତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆଜି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏପ୍ରିଲ ୧୬ ରେ ଚିଠିରେ ଟେଣ୍ଟିଟିଭ ପୋଲ ତାରିଖ ଭାବେ ଉଲ୍ଲେଖ କରାଯାଇଥିବା କେବଳ ନିର୍ବାଚନ ଅଧିକାରୀଙ୍କ ପାଇଁ ଇସିଏର ନିର୍ବାଚନ ଯୋଜନା ଅନୁଯାୟୀ କାର୍ଯ୍ୟକଳାପ ଯୋଜନା କରିବା ପାଇଁ ଉଦ୍ଦିଷ୍ଟ ଏବଂ ନିର୍ବାଚନର ପ୍ରକୃତ କାର୍ଯ୍ୟସୂଚୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଘୋଷିତ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *