ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି । ଶ୍ରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀଘର୍ଦିନ ହେଲା ଦାବି ହୋଇ ଆସୁଥିଲା ଓ ମଙ୍ଗଳବାର (ଜାନୁଆରୀ ୨୩) ଜେଡିୟୁ ନେତା କେସି ତ୍ୟାଗୀ ଠାକୁରଙ୍କୁ ଭାରତ ରତ୍ନ ଦେବା ସହି ତାଙ୍କ ନାେଁର ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ ।

ସାଧାରଣତଃ ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଏବଂ ବେଳେବେଳେ ଭାରତ ରତ୍ନ ଘୋଷଣା କରନ୍ତି । ଗଣତନ୍ତ୍ର ଦିବସର ଦୁଇ ଦିନ ପୂର୍ବରୁ ସରକାର ଏଥର ଭାରତ ରତ୍ନ ଘୋଷଣା କରିଛନ୍ତି ।

କର୍ପୂରୀ ଠାକୁରଙ୍କୁ ଜନ ନାୟକ ନାମରେ ମଧ୍ୟ ପରିଚିତ ଥିଲେ। ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ କର୍ପୂରୀ ଠାକୁର। ବିହାରରେ ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ ଠାକୁର। ଜଣେ ସ୍ବାଧିନତା ସଂଗ୍ରାମୀ, ଶିକ୍ଷକ, ରାଜନେତା ଏବଂ ବିହାର ରାଜ୍ୟର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଓ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *