ଓଡ଼ିଶା ପୋଲିସର ପ୍ରଶାସନିକ ନିରବଚ୍ଛିନ୍ନତା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୧୯୯୩-ବ୍ୟାଚ୍ ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ DGP ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖ ରବିବାର ଦିନ ଅବସର ଗ୍ରହଣ କରୁଛନ୍ତି। ସେହିଦିନଠାରୁ ବର୍ତ୍ତମାନ CID-Crime Branch ର ଡିଜି ଭାବେ କାର୍ଯ୍ୟରତ ବିନୟତୋଷ ମିଶ୍ର ନିଜ ପଦବୀ ସହିତ ରାଜ୍ୟ ପୋଲିସ ବାହିନୀର ମୁଖ୍ୟ (DGP) ଭାବେ ଦ୍ୱିବିଧ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ଆଦେଶ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ ରୁ ଏହି ପଦବୀର ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ଥାୟୀ ଡିଜିପି ମନୋନୟନ ପ୍ରକ୍ରିୟା ବର୍ତ୍ତମାନ ଆଇନଗତ ବିଚାରାଧୀନ ରହିଛି। ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) କୁ ଓଡ଼ିଶା DGP ନିଯୁକ୍ତି ନିଷ୍ପତ୍ତି ଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮ ରେ ଏହାର ପରବର୍ତ୍ତୀ ଶୁଣାଣି ରହିଥିବାରୁ ସେପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରହିଛି।ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରଶାସନିକ କାର୍ଯ୍ୟରେ ଯେପରି କୌଣସି ବାଧା ନଆସେ, ସେଥିପାଇଁ ରାଜ୍ୟ ସରକାର ଅସ୍ଥାୟୀ ଭାବେ ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି। Post navigation स्वतंत्रता दिवस: राष्ट्रपति द्रौपदी मुर्मू ने देश को संबोधित किया, तिरंगे को ‘हमारी आज़ादी का प्रतीक’ बताया Crime Branch DG Vinaytosh Mishra Gets Additional Charge as Odisha DGP