ଆଠଗଡ଼: ଆଜି ଅପରାହ୍ନରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁଯାୟୀ ଷଠିଲୋ ପଞ୍ଚାୟତରେ ଗାଡ଼ି LED ଭାଙ୍ଗିବା ସହ ଫ୍ଲେକ୍ସ ଚିରିଛନ୍ତି ଦୁର୍ବୃତ୍ତ। ଏଥିସହ ଗାଡ଼ି ଭଙ୍ଗାରୁଜା ସହ କିଛି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ଖବର ମଧ୍ୟ ଆସିଛି।

ଗତକାଲି ଦୁର୍ବୃତ୍ତ ଧାମନଗର ବ୍ଲକ୍‌ ଚୁଡାକୁଟିଠାରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଧାମନଗର ପୁଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତ ହେଲେ ରଞ୍ଜିତ ସାମଲ ଓ ଶ୍ରୀକାନ୍ତ ଦାସ। ରଥ ଭଙ୍ଗାରୁଜା ପ୍ରତିବାଦରେ ବିଜେପି ପକ୍ଷରୁ ଧାମନଗର ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ ଭିଆଇଥିବା ରଞ୍ଜିତ ଓ ଶ୍ରୀକାନ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି। ତେବେ ସରକାରୀ କାର୍ଯ୍ୟକ୍ରମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ବିଡିଓ କିମ୍ବା ପିଡି ଏ ନେଇ ଏତଲା ନଦେବା ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଅଭିଯୋଗ ଆଣି ବିଜେପି ରାଜରାସ୍ତାରେ ପ୍ରତିବାଦ କରିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *