ରାଉରକେଲା ବ୍ରାହ୍ମଣୀ ନଦୀରେ ଅଘଟଣ । ଗାଧୋଉଥିବାବେଳେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ । ୨ ଜଣଙ୍କର ମୄତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର ନାୟକ (୨୩)ଓ ଜଳେଶ୍ୱରର ରଜତ ସାହୁ (୨୧)। ଗୁରୁତରମାନେ ହେଲେ ଆନନ୍ଦପୁରର ସମ୍ବୋଧନ ସାହୁ, ଭୁବନେଶ୍ୱରର ଅଭିଲିପ୍ସା ପ୍ରଧାନ, ବୈଷ୍ଣୋଦେବୀ ଓ ତପନ କୁମାର ପ୍ରଧାନ । ଛାତ୍ରଛାତ୍ରୀମାନେ ଇଣ୍ଟନସିପ କରିବାକୁ ଆସିଥିଲେ । ଗାଧୋଉଥିବା ସମୟରେ ସମସ୍ତେ ନଦୀରେ ବୁଡ଼ିଯାଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କର ଚିକିତ୍ସା ଜାରି ରହିଛି ।

 

ସୂଚନା ଅନୁସାରେ ରାଉରକେଲା ଏନ୍‌ଆଇଟିକୁ ସମର ଇଣ୍ଟରନସିପ୍‌ ପାଇଁ ଆସିଥିବା ୬ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆଜି ବେଦବ୍ୟାସ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ସେମାନେ ମନ୍ଦିର ବୁଲାବୁଲି ସାରି ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଜଣ ଭାସି ଯାଇଥିଲେ। ବହୁ କଷ୍ଟରେ ୪ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ରଜତ ଓ ସମୀରଙ୍କୁ ମୃତ ଭାବରେ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ଛାତ୍ର ଓ ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

 

 

 

By SonaliP

Leave a Reply

Your email address will not be published. Required fields are marked *