ବିଜେଡି ନେତା ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି । ସେ କହିଛନ୍ତି , ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିଲା । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ ତାଙ୍କୁ ଚକ୍ରାନ୍ତ କରି ବ୍ରହ୍ମଗିରିରୁ ଛିଡ଼ାହେବାକୁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ।

ସେ ଆହୁରି କହିଛନ୍ତି ତାଙ୍କୁ କୁହାଯାଇଥିଲା ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛ ଯଦି ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ । ସେଥିପାଇଁ ସେ ବାଧ୍ୟ ହୋଇ ବ୍ରହ୍ମଗିରିରୁ ବିଜେଡିର ପ୍ରାର୍ଥୀ ଭାବେ ଇଚ୍ଛା ନଥାଇ ବି ନିର୍ବାଚନ ଲଢ଼ିଥିଲେ । ଏତେ ବଡ଼ ଅଞ୍ଚଳ ଖୁବ୍‌ କମ୍‌ ସମୟ ମଧ୍ୟରେ କଭର୍‌ କରିବାକୁ ସେ ସମୟ ପାଇନଥିଲେ। ଯଦି ବ୍ରହ୍ମଗିରି ବଦଳରେ ସତ୍ୟବଦୀରୁ ନିର୍ବାଚନ ଲଢ଼ିଥାନ୍ତି ତେବେ ସେଠାରୁ ନିଶ୍ଚୟ ଜିତିଥାନ୍ତି । ସେ କହିଛନ୍ତି ‘ମୁଁ ସବୁବେଳେ ସତ୍ୟବାଦୀ ଲୋକଙ୍କ ସହ ଥିଲି, ଆଉ ରହିବି’ ।

Leave a Reply

Your email address will not be published. Required fields are marked *