ଭୁବନେଶ୍ୱର : ପ୍ରାୟ ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିବା ଟୁଙ୍ଗୁରୁ ଭୋଳ ପାଣି ପାଇପ ଚୋରି କରି ଗିରଫ । ଭୁବନେଶ୍ୱର ପୁଲିସ୍‌ ପାଣି ପାଇପ ଚୋରି କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏକ ବଡ଼ ରାକେଟକୁ ଧରିଛି । ଏହି ରାକେଟର ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ।

ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଏହି ରାକେଟ ଯେଉଁ ସବୁ ସ୍ଥାନରେ RWSSର ପାଣି ପାଇପ ସଂଯୋଗ କାର୍ଯ୍ୟ ଚାଲିଥାଏ, ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରି ପାଇପଗୁଡ଼ିକୁ ଚୋରି କରି ଟ୍ରକ୍ ଯୋଗେ ବାହାର ରାଜ୍ୟକୁ ନେଇ ବିକ୍ରି କରି ଦେଉଥିଲେ। କେବଳ ଭୁବନେଶ୍ୱର ନୁହେଁ, ଏମାନେ ରାୟଗଡ଼ା, କନ୍ଧମାଳ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଜିଲ୍ଲାରେ ସକ୍ରିୟ ଥିଲେ। ପାଇପ୍ ଚୋରି କରିବା ପରେ ଏମାନେ ନକଲି କାଗଜପତ୍ର ତିଆରି କରି ଚାଲାଣ ତିଆରି କରୁଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯେକୌଣସି ଟ୍ରକ୍‌ରେ ସେଗୁଡ଼ିକୁ ଲୋଡ୍ କରି ପଠାଇ ଦେଉଥିଲେ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲ। ଏମାନେ ୧୦୦୦ରୁ ଅଧିକ ପାଇପ ଚୋରି କରିଛନ୍ତି,ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ।

By SonaliP

Leave a Reply

Your email address will not be published. Required fields are marked *