ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି । ଓଡିଶା ସରକାର ଓ ଗୃହ ବିଭାଗକୁ ୪ଟି ସର୍ତ ରଖି ଆତ୍ମସମର୍ପଣ କରିବେ ବୋଲି ଚିଠି ଜାରି କଲେ ମାଓ ନେତା ନିଖିଲ ଓ ଇନ୍ଦୁ। ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅସ୍ତ୍ରତ୍ୟାଗ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚିଠିରେ ଉଲ୍ଳେଖ କରିଛନ୍ତି । ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ଓଡିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଖୋଲା ପତ୍ର ଜାରି କରିଛନ୍ତି ଟପ ମାଓ ନେତା। ଦୁଇ ଦଶନ୍ଧିରୁ ଅଧିକ ଦିନ ହେଲା ଦୁହେଁ ମାଓ,ବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି ।

୪ଟି ସର୍ତ୍ତ ହେଲା ଆମେ ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉତ୍ପୀଡ଼ିତ ଶ୍ରେଣୀ ଶ୍ରମିକ, କୃଷକ, ମଧ୍ୟମ ବର୍ଗ, ଆଦିବାସୀ, ଦଳିତ, ମହିଳା, ଅଳ୍ପ ସଂଖ୍ୟକ ଓ ରାଷ୍ଟ୍ରୀୟତାଙ୍କ ସାମ୍ବିଧାନୀକ ଅଧିକାର ମିଳୁ। ଦ୍ୱିତୀୟଟି ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନଯାଉ। ତୃତୀୟରେ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ତାହା ସମସ୍ତଙ୍କ ପାଇଁ ଲାଗୁ ହେଉ। ଶେଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଳ, ଜମି,ଜଙ୍ଗଲ,ମା ମାଟି ଓ ପରିବେଶ ର ସୁରକ୍ଷା, ସାମ୍ବିଧାନୀକ, ହକ ଅଧିକାରର ଆନ୍ଦୋଳନ ଉପରେ ଅଗଣତାନ୍ତ୍ରିକ ଭାବେ ଦମନ ଚଳାଯାଉଛି।

Leave a Reply

Your email address will not be published. Required fields are marked *