ଭୁବନେଶ୍ବର: ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ । ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ। ସରିବ ନେତାଙ୍କ ଧୂଆଁଧାର ପ୍ରଚାର । ସେହିପରି ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଆଜି ପ୍ରଚାର ମୈଦାନରେ ଜୋର ଲଗାଇବେ ପ୍ରାର୍ଥୀ । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ। ଦିନକ ପରେ ହେବ ମତଦାନ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ ।

ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ ।

ମେ’ ୧୩ ତାରିଖ ସକାଳ ୭ଟା’ରେ ଭୋଟ ଗ୍ରହଣ କରାଯିବ। ଆଇନଶୃଙ୍ଖଳା ଏବଂ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *