ପୂର୍ବରୁ ମିତ୍ର କହିଥିଲେ ହେଲେ ଆଜି।ଫୁଲବାଣୀ ସଙ୍କଳ୍ପ ସମାବେଶ ସଭାରେ ନବୀନଙ୍କୁ ନିଶାନା କସିଛନ୍ତି ମୋଦି। ମୋଦି କହିଛନ୍ତି ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି, ନବୀନ ବାବୁଙ୍କୁ ସାଧା କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ଏବଂ କୌଣସି ଥିରୁ ନଦେଖି ୩୦ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ। ଜିଲ୍ଲା ସହ ଓ ଜିଲ୍ଲା ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ। ସେ ଲେଖି ପାରିବେ ନାହିଁ ନିଶ୍ଚୟ!‘ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି’ ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି? ବୋଲି ମୋଦି ପ୍ରଶ୍ନ କରିଛନ୍ତି। ୫ ବର୍ଷ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍‌ କରିଦେବୁ କହିଛନ୍ତି ମୋଦି। ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି। ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରିଚାଲିଛନ୍ତି। ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।ବିଜେଡିର କୁଶାସନ ହଟାବାକୁ ପଦ୍ମରେ ଭୋଟ ଦିଅନ୍ତୁ ବୋଲି ମୋଦି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *