ସମ୍ବଲପୁରରେ ଶୀତଳ ଷଷ୍ଠୀ ଏକ ବଡ ପର୍ବ । ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ନୀତି ସମ୍ପନ୍ନ ସହିତ ମାସାଧିକକାଳ ପ୍ରାକ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନେତାମାନେ ଜନତାଙ୍କ ପ୍ରିୟ ହେବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ନିର୍ବାଚନ ବେଳେ ନେତା ପରସ୍ପର ବିରୋଧୀ ନେତା ଏକାଠି ହୋଇ ଥିବାର ଆଜି ସମ୍ବଲପୁରରେ ଦେଖିବାକୁ ମିଳିଛି । ଶୀତଳ ଷଷ୍ଠୀରେ ଥାଳି ଉଠା ବେଳେ ଏକାଠି ହୋଇଛନ୍ତି ବିଜେଡି ଓ ବିଜେପିର ପ୍ରମୁଖ ନେତା । ଥାଳିଉଠା ବେଳକୁ ଏକାଠି ହୋଇଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର । ଏହାବାଦ ଦୁଇ ଦଳର ଅନେକ ନେତା ମଧ୍ୟ ସାମିଲ ହୋଇଥିଲେ ।

ସୂଚନା ମୁତାବକ; ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ପୂଜାର୍ଚ୍ଚନା ପରେ ଥାଳ ଉଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଶିବ ଓ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ଓ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଜେପିର ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ବିଜେଡିର ଇଂ ରୋହିତ ପୂଜାରୀ ପହଞ୍ଚିଥିଲେ। ବାଲୁଙ୍କେଶ୍ୱର ମନ୍ଦିରକୁ ପ୍ରବେଶ କରିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ସାମ୍ନାସାମ୍ନି ହୋଇଥିବାବେଳେ ଉଭୟେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଆଲିଙ୍ଗନ କରିଥିଲେ। ଗଣତନ୍ତ୍ରରେ ଏହି ମନମୋହକ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ। ଧର୍ମେନ୍ଦ୍ର ଓ ପ୍ରଣବ ପରସ୍ପରକୁ ଆଲିଙ୍ଗନ କରି କଥାବାର୍ତ୍ତା ହେଉଥିବା ବେଳେ ପଛରେ ଜୟନାରାୟଣ ମିଶ୍ର ଓ ରୋହିତ ପୂଜାରୀ ମଧ୍ୟ ଏକ ସଙ୍ଗରେ ବସି ଖୁସିଗପ କରୁଥିବାର ଦେଖାଯାଇଥିଲା।

ହଟ୍‌ ସିଟ୍‌ର ହେଭିୱେଟ ନେତାମାନେ ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର କଳବଳ କୌଶଳ ଲଗାଇବା ସହିତ ନିତିଦିନ ବାକଯୁଦ୍ଧ କରୁଥିବାବେଳେ ପବିତ୍ର ଥାଳ ଉଠା କାର୍ଯ୍ୟକ୍ରମରେ ସମସ୍ତେ ଏକାଠି ହୋଇ ଖୁସଗପ କରିବା ଘଟଣାକୁ ଜନତା ଉତ୍ସାହର ସହିତ ଗ୍ରହଣ କରିଛନ୍ତି। ଏହାର ଗଣତନ୍ତ୍ରର ସୁନ୍ଦରତା ଅଟେ ବୋଲି ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *