ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସରରେ ବାଘ ଆତଙ୍କ ଦେଖାଦେଇଛି। ଗାଁ ଗାଁ ବୁଲୁଛି ବାଘ। ଜନବସନ୍ତି ଆଡକୁ ମାଡିଆସି ଗୃହପାଳିତ ପଶୁଙ୍କୁ ଶିକାର କରୁଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଉତ୍ତର ବନଖଣ୍ଡ ଘୁମୁସରରେ ବୁଲୁଛି ମହାବଳ। ପ୍ରାୟ ୪ ମାସ ଧରି ୧୫ ଖଣ୍ଡ ଗାଁରେ ଆତଙ୍କ ଖେଲାଇଛି। ଗାଁ ଲୋକେ ରାତିରେ ନିଆଁ ହୁଳା ଧରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେଉଛନ୍ତି। ତୁରନ୍ତ ଘଞ୍ଚ ଜଙ୍ଗଲ ଭିତରକୁ ବାଘକୁ ଘଉଡାଇବାକୁ ଦାବି ହେଉଛି। ସେପଟେ ୪ଟି ଟିମ ବାଘକୁ ଟ୍ରାକିଙ୍ଗ ଓ ମନିଟରିଂ କରୁଥିବା ବନଖଣ୍ଡ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *