ନିର୍ବାଚନ ହାରିବା ପରେ ବି ବିଜେଡିର ଚେତା ପଶିନି। ଦଳରେ ପୁଣି ପାଣ୍ଡିଆନଙ୍କ ଛାପ ଦେଖିବାକୁ ମିଳିଛି। ଲୋକଲୋଚନକୁ ନଆସି ପଛରେ ରହି ଦଳକୁ ଆଜି ବି ସେ ହାତମୁଠାରେ ରଖିଛନ୍ତି। ଆଜି ବିଜେଡିର ସମସ୍ତ ରାଜ୍ୟସ୍ତରୀୟ କମିଟି ଭଙ୍ଗାଯାଇ ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍‌ ଗଢ଼ାଯାଇଛି।

ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ନବୀନଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପ୍ରତାପ ଜେନାଙ୍କୁ ବରିଷ୍ଠ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସ୍ୱୟମ୍‌ ପ୍ରକାଶଙ୍କୁ ପୂର୍ବଭଳି ସାମାଜିକ ଗଣମାଧ୍ୟମର ସଂଯୋଜକ କରାଯାଇଛି। ମିଡ଼ିଆ ସଂଯୋଜକ ଭାବେ ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ମିଳିଛି । ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଜନସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *