ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ତେରେଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ସତପଥି। ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ‘Tooooo late’। ଏକ ନ୍ୟୁଜ୍ କ୍ଲିପ୍ ସହ Tooooo late ଲେଖିଛନ୍ତି ତଥାଗତ। ନବୀନଙ୍କ ପ୍ରତିକ୍ରିୟାକୁ ବହୁ ବିଳମ୍ବ ବୋଲି ଉଲ୍ଲେଖ କଲେ ତଥାଗତ। ଦୁଇଟି ଶବ୍ଦରେ ବହୁତ୍ କିଛି କହିଦେଲେ ତଥାଗତ।

ସୂଚନା ଯୋଗ୍ୟ ଯେ,ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି।

By Nirvay

Leave a Reply

Your email address will not be published. Required fields are marked *