odisha-cms-welcome-speech-at-2nd-anniversary-celebration-of-bjp-govt
ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏହି ଅବସରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରେ ଶୁଭେଚ୍ଛା ଜଣାଇବା ସହ ଦେଶ ପାଇଁ ତାଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।
 
ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି, ସେଗୁଡ଼ିକ ଜନସାଧାରଣଙ୍କ ପାଖରେ ସଫଳତା ସହ ପହଞ୍ଚୁଛି । ଗରିବ, ଜନଜାତି ଓ ପ୍ରାନ୍ତୀୟ ଅଞ୍ଚଳର ଲୋକଙ୍କ ଜୀବନମାନ ଉନ୍ନତ ହେଉଛି ।
 
ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଶାସନ ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଥିଲେ । ସେ କହିଲେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ବିକାଶ ତ୍ୱରାନ୍ୱିତ ହୋଇଛି । ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ଅନୁସାରେ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି ।
 
ଶେଷରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି କହିଥିଲେ ଯେ, ରାଜ୍ୟର କଲ୍ୟାଣ ଓ ବିକାଶ ଉଦ୍ୟମରେ ସରକାର ତିଳେ ମାତ୍ର ହେଳା କରିବେ ନାହିଁ । ସମସ୍ତ ବର୍ଗର ଲୋକଙ୍କୁ ସମାନ ଭାବେ ସୁବିଧା ପହଞ୍ଚାଇବା ତାଙ୍କ ସରକାରଙ୍କ ଲକ୍ଷ୍ୟ ।

By Nirvay

Leave a Reply

Your email address will not be published. Required fields are marked *