ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇ ଜଣ ମାନ୍ୟବର ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରିଛନ୍ତି। ଗତ ଅଗଷ୍ଟ ୬, ୨୦୨୬ ରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ହାଇକୋର୍ଟରୁ ଜଷ୍ଟିସ ମାନସ ରଞ୍ଜନ ପାଠକ ଗୁଜରାଟ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି। ସେହିପରି ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟରୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରାଯାଇଛି।

ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ଏହି ସୁପାରିସ ପ୍ରଦାନ କରାଯିବା ପରେ, କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଅନୁମୋଦନ ଏବଂ ମାନ୍ୟବର ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିବା ପରେ ଏହି ବଦଳି ପ୍ରକ୍ରିୟା ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହେବ।

 

 

Leave a Reply

Your email address will not be published. Required fields are marked *