ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାଢ଼େ ୨.୩୦ ସୁଦ୍ଧା ୪୧.୨ ସହ ସୁନ୍ଦରଗଡ ସର୍ବାଧିକ ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ର ୩୩ .୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି। ସେହିପରି-

 

 

ସୁନ୍ଦରଗଡ: 43.8°C

ସମ୍ବଲପୁର: 42.4°C

କେନ୍ଦୁଝର: 42.2°C

ଚାନ୍ଦବାଲି: 42.2°C

ହୀରାକୁଦ: 42°C

ରାଉରକେଲା: 41.8°C

ଭୁବନେଶ୍ୱର: 41.4°C

ବାଲେଶ୍ୱର: 39.4°C

ପାରାଦ୍ୱୀପ: 34.8°C

ପୁରୀ:34.4°C

ଗୋପାଳପୁର:33.6°C

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *