ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଧରି ଚାଲୁଥିବା ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେଇ ଗଜପତି ମହାରାଜା କଲେ ଯଜ୍ଞର ସମାପ୍ତି । ସେଥିପାଇଁ ଶ୍ରୀକ୍ଷେତ୍ରରେ ଖେଳି ଯାଇଛି ଭକ୍ତିମୟ ପରିବେଶ । ବଡ ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି । ଝିପିଝିପି ବର୍ଷାରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ଦେଖିବାକୁ ଲୋକଙ୍କ ମଧ୍ୟରେ ଏକ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।

 

ଆଜି ପୌଷ ଶୁକ୍ଳ ସପ୍ତମୀ ତିଥିରେ ମଧ୍ୟ ଶାସ୍ତ୍ରୀୟ ବିଧି ମୁତାବକସକାଳ ୭ଟା ୩୦ ରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ ସରିବା ପରେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *