ଭୁବନେଶ୍ୱର: ଆସନ୍ତା ୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ଘୋଷଣ। ଅଜୟ କୁମାର ଗତକାଲି ନୂଆ ନିଯୁକ୍ତି ପଞ୍ଚାନନ କାନୁନ୍‌ଗୋ PCC ୱାର ରୁମ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। କେବଳ ଏତିକି ନୁହଁ ବିସ୍ମୟ ମହାପାତ୍ର, ଜିନେଷ ଦାସ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରୀପାଠି, ତରୁଣକାନ୍ତ ମିଶ୍ର ୱାରର ସଦସ୍ୟ ଭାବେ ନିଯୁକ୍ତ ଦେଇଛନ୍ତି।

 

ନିକଟରେ ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି। ଅମଲା ଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି। ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *