କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ।ଆସନ୍ତାକାଲି ଜାନୁଆରୀ ୧୭ ଏବଂ ଜାନୁଆରୀ ୨୨ ତାରିଖରେ ସମସ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ତରପରୁ ନିର୍ଦ୍ଦେଶ ଜାରି କରାଯାଇଛି । ସାରା ଜିଲ୍ଲାରେ ବନ୍ଦ ରହିବ ସମସ୍ତ ମଦ ଦୋକାନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ରାମ ମନ୍ଦିର ପ୍ରାଣ ପତିଷ୍ଠା ଉତ୍ସବ ପାଳନ ଅବସରରେ ଏହି ଦୁଇ ଦିନ ମଦ ବିକ୍ରିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଜିଲ୍ଲାପାଳଙ୍କ ଅପିସ ତରଫରୁ କୁହାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *