କେନ୍ଦୁଝର; ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ଏନେଇ ପାଟି ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଶହ ଶହ ସମଥର୍କଙ୍କ ସହ ଆସି ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ସୌମ୍ୟ ।

ସେ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି। ଅଞ୍ଚଳବାସୀଙ୍କ ଆଗ୍ରହ ଓ ଉତ୍ସାହକୁ ମୁଁ ସମ୍ମାନ ଜଣାଉଛି । ସୌମ୍ୟ ଆଜି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ।

ଯଦି ସୌମ୍ୟ ଏହି ଅଞ୍ଚଳରୁ ନିର୍ବାଚନ ଲଢ଼ିବେ ତେବେ ତାଙ୍କ ପ୍ରତିଦ୍ୱନ୍ଦୀ ହେବେ ବଦ୍ରି ପାତ୍ର। କିଛିଦିନ ତଳେ ବାପା ବଦ୍ରି ପାତ୍ରଙ୍କୁ ଟିକେଟ ମିଳିବ ପରେ ପୁଅଙ୍କ ସମର୍ଥକ ବାପାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ । ଏହା ନେଇ ସେ ଅଞ୍ଚଳରେ ଏକ ରାଜନୈତିକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

୨୦୦୯ରୁ ଘସିପୁରା ନିର୍ବାଚନ ମଣ୍ଡଳୀ ଗଠନ ହେବ ପରଠାରୁ ବଦ୍ରି ପାତ୍ର ଏହାକୁ ପ୍ରତିନିଧିତ୍ଵ କରିଆସୁଛନ୍ତି । ଯଦି ସୌମ୍ୟଙ୍କୁ ଏଠାରୁ ଟିକେଟ ମିଳେ ତେବେ ବଦ୍ରିଙ୍କ ସହ ଲଢେଇ ଜୋରଦାର ହେବ ।

By SonaliP

Leave a Reply

Your email address will not be published. Required fields are marked *