ରାଜ୍ୟରେ ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏଭଳି ସ୍ଥିତିରେ ବାତ୍ୟାକୁ ନେଇ କେହି ଆତଙ୍କିତ ନହୋଇ ସତର୍କ ରହିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟବାସୀ ଏବଂ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ସତର୍କତା ସୂଚନା ଏବଂ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଆହ୍ଵାନ ଦେଇଛନ୍ତି।

ପ୍ରେସ ବିବୃତି ଜରିଆରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ନିହାତି ଆବଶ୍ୟକ । ତେଣୁ ସରକାର ଓ ପ୍ରଶାସନର ନିର୍ଦ୍ଦେଶକୁ ମାନି ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହଯୋଗ କରନ୍ତୁ ।

ବିଜେପିର ସମସ୍ତ କର୍ମୀ ଓ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ । ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ସାମଲ ଦଳୀୟ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ସମ୍ପତି ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି । ଆମେ ସମସ୍ତେ ମିଳିତ ଭାବେ ଏହି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ବୋଲି ମନମୋହନ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *