ରାଜସ୍ଥାନର ଜୟପୁରଠାରେ ଆସନ୍ତା ଅଗଷ୍ଟ ୧୬, ୨୦୨୬ ରେ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ପ୍ରସ୍ତାବିତ ରଥଯାତ୍ରା ପାଇଁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଜୟପୁର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ନିର୍ଦ୍ଧାରିତ ତିଥି ବ୍ୟତୀତ ଅନ୍ୟ ଦିନରେ ଏହି ରଥଯାତ୍ରା ଆୟୋଜନ କରାଗଲେ, ତାହା ପୁରୀ ଶ୍ରୀମନ୍ଦିରର ପ୍ରତିଷ୍ଠିତ ପରମ୍ପରା ଏବଂ ନୀତି-କାନ୍ତିର ବିରୁଦ୍ଧ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜୟପୁର ଜିଲ୍ଲା କଲେକ୍ଟର ତଥା ମାଜିଷ୍ଟ୍ରେଟ ସନ୍ଦେଶ ନାୟକଙ୍କୁ ଏକ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଏହି ପ୍ରସ୍ତାବିତ ରଥଯାତ୍ରାକୁ ରୋକିବା କିମ୍ବା ଏହାର ଅନୁମତି ବାତିଲ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହାସହ ଅଗଷ୍ଟ ୧୬ ତାରିଖରେ ଏହି ଉତ୍ସବ ଆୟୋଜନ ନକରିବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଜୟପୁର ପ୍ରଶାସନକୁ କହିଛନ୍ତି। ସୂଚନା ଅନୁଯାୟୀ; ଆସନ୍ତା ଅଗଷ୍ଟ ୧୬ ତାରିଖରେ ରାଜସ୍ଥାନର ଜୟପୁରରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ଜୟପୁର ଗୋବିନ୍ଦା, ଶ୍ରୀ ରାଧା ମଦନମୋହନ ମନ୍ଦିର ଏବଂ ସେବକୁଞ୍ଜ ଫାଉଣ୍ଡେସନ। ଏ ନେଇ ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରାଯାଉଛି। ଏହି ରଥଯାତ୍ରାରେ ଅଧିକରୁ ଅଧିକ ଶ୍ରଦ୍ଧାଳୁମାନେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ତେବେ ଏହି ଘଟଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ନଜରକୁ ଆସିବା ପରେ ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ରାଜସ୍ଥାନ ଜୟପୁରର ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦେଶ ନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। Post navigation CM Majhi Reviews Development of Puri: ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ଵର୍ଗଦ୍ଵାର ବେଳାଭୂମିର ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ Odisha’s Industrial Leap: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ସମ୍ଭାବନା: ନିଯୁକ୍ତି କ୍ଷେତ୍ରରେ ଆସିବ ବ୍ୟାପକ ପରିବର୍ତ୍ତନ