ଗୃହ ବୟକଟ କରି ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବୁଝାସୁଝା । ଗୃହକୁ ଫେରାଇ ଆଣିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ଉଦ୍ୟମ । ସରୋଜ ପ୍ରଧାନଙ୍କ ସହ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜମଧ୍ୟ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ; ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ଏହାପରେ ବିଧାନସଭାରୁ ୭ଦିନ ପାଇଁ ତାରା ବାହିନୀପତିଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ଏହାକୁ କଂଗ୍ରେସ କର୍ମୀ ବିରୋଧ କରି ଧାରଣ ଦେଇଛନ୍ତି । ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ନ ହଟିବା ଯାଏଁ ସେମାନେ ବିଧାନସଭା ଯିବାକୁ ବୟକଟ୍ କରିଛନ୍ତି Post navigation ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ ରାସନ କାର୍ଡରୁ ବାଦ୍ ପଡ଼ିଲେ ୮୪ହଜାର ୭୫୭ ହିତାଧୀକାରୀ