ଭୁବନେଶ୍ୱର;ଶନିବାର ଦିନ ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ୧୮ ବର୍ଷୀୟ ରୟାଲ ବେଙ୍ଗଲ ଟାଇଗର ନନ୍ଦନଙ୍କ ମୃତ୍ୟୁ ଘଟିଛି। ଗତ ତିନିମାସ ଧରି ନନ୍ଦନ ଅସୁସ୍ଥ ଥିଲା। ସେ ସଠିକ୍ ଭାବରେ ଚାଲିବାକୁ ଅସମର୍ଥ ହୋଇଥିଲା । ନନ୍ଦନ ଅଣ୍ଟାରେ ଆର୍ଥ୍ରାଇଟିସରେ ପୀଡିତ ଥିଲା ଏବଂ ଅର୍ଥୋପେଡିକ୍ ଡାକ୍ତରମାନେ ନନ୍ଦନର ଯତ୍ନ ନେଉଥିଲେ। ଫେବୃଆରୀ ୨୦୨୪ ରେ, ନନ୍ଦନ ଅସୁସ୍ଥ ହେବା ପରେ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଓୟୁଏଟିର ସର୍ଜରୀ ଏବଂ ରେଡିଓଲୋଜି ବିଭାଗର ମୁଖ୍ୟ ନନ୍ଦନ କୁ ଚିକିତ୍ସା କରୁଥିଲେ।
ଦିନେ ସାତକୋସିଆରୁ ସ୍ୱଇଚ୍ଛାରେ ଆସି ଏନକ୍ଲୋଜର୍ ଥିଲା ନନ୍ଦନ । ସାଥି ସନ୍ଧାନରେ ଜଙ୍ଗଲରୁ ଚାଲି ଆସି ଥିବା ଏହି ନନ୍ଦନ ୧୮ ଫୁଟ ଉଚ୍ଚର ଏନକ୍ଲୋଜର୍ ଡେଇଁ ସମସ୍ତଙ୍କୁ ଚକିତ କରିଦେଇଥିଲା । ମେଘାର ପ୍ରେମ ଏହି ହିଂସ୍ର ପଶୁକୁ ଖୋଲା ଜଙ୍ଗଲରୁ ଟାଣି ଆଣି ବାନ୍ଧି ରଖିଥିଲା ଏନକ୍ଲୋଜର୍ ଭିତରେ ।

୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟନ ଭିତରକୁ ପଶିଆସିଥିଲା । ପରବର୍ତ୍ତୀ ସମୟରେ ଏହି ବାଘର ନାମ ନନ୍ଦନ ନାମରେ ନାମିତ କରାଯାଇଥିଲାଗତ ୨୦୧୩ ମାର୍ଚ୍ଚ ୨୫ ରେ ବାଘଟି ପୁଣି ଥରେ ଧଳା ବାଘ ସଫାରୀ ନିକଟରେ ଦେଖାଯାଇଥିଲା । ପରେ ପରେ ନନ୍ଦନକାନନରେ ଥିବା ଏନକ୍ଲୋଜର୍ ନମ୍ବର ୩୨ ପାଖେ ବାରବାର ଦେଖଯାଇଥିଲା । ମାର୍ଚ୍ଚ ୨୯ ରେ ସେ ସଫାରୀ ଭିତରକୁ ପଶି ଆସିଥିଲା ଓ ସେଠାରେ ସେ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥିଲା । ମାର୍ଚ୍ଚ ୩୧ ତାରିଖରେ ସେ ନନ୍ଦନକାନନ ଭିତରେ ଥିବା ଏନକ୍ଲୋଜର୍ ନମ୍ବର୍ ୩୨ସି ପର୍ଯ୍ୟନ୍ତ ଆସିଥିଲା । ତେବେ ଏନକ୍ଲୋଜରରୁ ବାଘଟି ପ୍ରାୟ ୧୮ ଫୁଟ ଉଚ୍ଚର ପାଚେରୀ ଡେଇଁ ଭିତରକୁ ପଶିଥିଲା । ଏହା ପରେ ପରେ ବାଘଟି ଆଉ ଫେରିନଥିଲା । ଫଳରେ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ବାଘକୁ ନିଜ ପାଖେ ରଖିଥିଲେ । ନନ୍ଦନ ଔରସରୁ ୯ ଟି ଛୁଆ ଜନ୍ମ ହୋଇଥିଲେ । ସାତ ବର୍ଷରେ ସେ ନନ୍ଦନକାନନକୁ ଆସିଥିବା ବେଳେ ୧୮ ବର୍ଷରେ ମୃତ୍ୟୁ ହୋଇଯାଇଛି ।

By SonaliP

Leave a Reply

Your email address will not be published. Required fields are marked *