ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ମହାବଳ ବାଘର ପରିଚୟ ସ୍ପଷ୍ଟ ହୋଇଛି। ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର୍ ରିଜର୍ଭରୁ ଦେବ୍ରିଗଡ଼ ଆସିଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ନିଶ୍ଚିତ କରିଛି। କ୍ୟାମେରା ଟ୍ରାପ୍ ଫଟୋ ଏବଂ ବାଘର ଶରୀରରେ ଥିବା ଷ୍ଟ୍ରାଇପ୍ ପ୍ୟାଟର୍ନ ମେଳ କରାଯାଇ ଏହାର ପରିଚୟ ସ୍ପଷ୍ଟ କରାଯାଇଛି। ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ କ୍ୟାମେରା ଟ୍ରାପ୍ରେ ଏହି ବାଘଟି ରେକର୍ଡ ହୋଇଥିଲା ଏବଂ ସେଠାରେ ପ୍ରାୟ ୬ ମାସ ଧରି ରହିଥିଲା। ଚଳିତ ନଭେମ୍ବର ୯ ତାରିଖରେ ଡେବ୍ରିଗଡ଼ ଅଞ୍ଚଳରେ ଏହି ବାଘର ଗତିବିଧି ଠାବ ହୋଇଥିଲା। ଚିହ୍ନଟ ହୋଇଥିବା ଏହି ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବାଘଟିର ସୁରକ୍ଷା ଏବଂ ପରବର୍ତ୍ତୀ ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଛି। ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘର ସୁରକ୍ଷିତ ବିଚରଣ ସୁନିଶ୍ଚିତ କରିବା ପାଇଁ ବନ କର୍ମଚାରୀମାନେ ନିରନ୍ତର ତଦାରଖ ଜାରି ରଖିଛନ୍ତି। Post navigation Hyva Truck Drags Ambulance in BBSR: ନାଲକୋ ଛକରେ ଦୁର୍ଘଟଣା: ଆମ୍ବୁଲାନ୍ସକୁ ୫୦ ମିଟର ଘୋଷାଡ଼ି ନେଲା ହାଇୱା