Education Dept Directs Immediate Appointment of Additional Teachers in Single-Teacher Schools

ଅନେକ ସ୍କୁଲରେ ଏବେ ବି ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନହୁଏ ସେଥିପାଇଁ ଗଣଶିକ୍ଷା ବିଭାଗ ନେଇଛି ବଡ଼ ନିଷ୍ପତ୍ତି। ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ଏଥିଲାଗି ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି ।

ଏଥିପାଇଁ ନିଯୁକ୍ତି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅବସରପ୍ରାପ୍ତ ଶିକ୍ଷକମନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ବଳବତ୍ତର ରହିବ।

ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ଗାଇଡଲାଇନ ଅନୁଯାୟୀ, ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତ କରାଯିବ। ଏହି ନିଯୁକ୍ତି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଜିଲ୍ଲାପାଳଙ୍କ ଅନୁମୋଦନରେ କରିବେ। ନୂତନ ଭାବେ ଟିଜିଟି ଶିକ୍ଷକ ନିଯୁକ୍ତ ହେଲା ପରେ ଆଉ ସେହି ସ୍କୁଲରେ ଅତିଥି ଶିକ୍ଷକ ପାଠ ପଢାଇବା ନାହିଁ। ସେମାନଙ୍କୁ ଅନ୍ୟ ସ୍କୁଲ ଯେଉଁଠି ଶିକ୍ଷକଙ୍କ ଅବଶ୍ୟକତା ଥିବ ସେଠାରେ ନିୟୋଜିତ କରାଯିବ। ନିଯୁକ୍ତି ପରେ ସେମାନଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *