ଭୁବନେଶ୍ୱର: ଆଜି ୭୫ତମ ଗଣତନ୍ତ୍ର ଦିବସ । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତେବେ ଭାରତର ୭୫ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ସାମିଲ ହୋଇଛନ୍ତି । ଗଣତନ୍ତ୍ର ଦିବସ ସମାରୋହରେ ଉପରାଷ୍ଟ୍ରପତି ଜଗଦିପ୍ ଧନକଡ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦି ବହୁ ବରିଷ୍ଠ ମନ୍ତ୍ରୀ, ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କର୍ତ୍ତବ୍ୟ ପଥରେ ଏକ ବିଶାଳ ପରେଡର ଆୟୋଜନ କରାଯାଇ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରାଯାଇଥିଲା। ଏବର୍ଷ ନାରୀ ଶକ୍ତି ବା ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା।

ଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତି କହିଛନ୍ତି, ସମ୍ୱିଧାନର ପ୍ରସ୍ତାବନା ଭାରତବାସୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ୱିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି।

ସେହିପରି ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *