ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି।

ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ହୋଇଥିଲା। ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ସ୍ଥାନ ପାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା।

ଏଥର ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ 4 ଟି ଡିଜାଇନ ଦିଆଯାଇଥିଲା । ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିଥିଲା । ଶିଳ୍ପୀଗ୍ରାମ ରଘୁରାଜପୁରରେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ଶିଳ୍ପୀ ପରିଚିତ ହୋଇଛନ୍ତି ଏବଂ ରଘୁରାଜପୁର କିଭଳି ବିକଶିତ, ସାରା ବିଶ୍ବରେ କଳା ପାଇଁ ଆଦୃତ ହୋଇପାରିଛି ତାହା ଦେଖିଥିଲା ସାରା ବିଶ୍ୱ ।

ବି‌ଶେଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି । ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିଥିଲେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା । ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *