ସମ୍ୱଲପୁର: ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ଠାବ ହେଲେ ମାଆ ଓ ବାପା । ପୋଲିସ ମାଆକୁ ଠାବ କରିବା ପରେ କଟକ ବଡ ମେଡିକାଲ ପଠାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ତେବେ ଡିଏନଏ ରିପୋର୍ଟ ଆସିବା ପରେ ପ୍ରକୃତରେ ଏମାନେ ତା ମାଆ ବାପା କି ନାହିଁ ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି । ସେଥିପାଇଁ ନମୂନା ପଠାଯାଇଥିବା ବି ଏସପି କହିଛନ୍ତି ।

ମାଆର ମାନସିକ ସ୍ଥିତି ଠିକ୍ ନାହିଁ ସେଥାପାଇଁ ତାକୁ ଚିକିତ୍ସା ପାଇଁ ଏସ୍‌ସିବି ପଠାଯାଇଛି । ଶିଶୁକନ୍ୟାର ମାଆ ଓ ବାପା ଉଭୟେ ଶିଶୁଟି ତାଙ୍କର ନିଜର ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଯାହା ଜଣାପଡିଛି ଶିଶୁକୁ ଫିଙ୍ଗିବା ସମୟରେ ବାପା ଉପସ୍ଥିତ ନଥିଲେ । ଏହା ସହ ଉଦ୍ଧାର ଶିଶୁ ବିଜୟିନୀ ସମ୍ପୃକ୍ତ ଦମ୍ପତ୍ତିଙ୍କ ଦ୍ୱିତୀୟ ସନ୍ତାନ ବୋଲି ଏସପି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *