ନବଦିନାତ୍ମକ ଯାତ୍ରାର ତୃତୀୟ ଦିନରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଛି ଆଡ଼ପ ପହଣ୍ଡି । ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । କାଲିଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ । ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ସୁଦର୍ଶନ, ପରେ ବଡ ଠାକୁର ବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଓ ସବା ଶେଷ ରେ ହଲି ଝୁଲି ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୋଟି ପହଣ୍ଡି ସମୟରେ ମଥାରେ ଝଟକିଛି ଟାହିଆ । Post navigation Restriction on Jharsuguda Bridge: ଝାରସୁଗୁଡ଼ା ରମ୍ପେଲା ଇବ୍ ବ୍ରିଜ୍ରେ ଭାରୀଯାନ ଚଳାଚଳ ଉପରେ କଟକଣା