ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ସେ ଆଜି ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣା ପଡ଼ିଛି।

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେପି ବିଧାୟିକା ଥିଲେ ।ବିଜେପି ଛାଡି ଆଜି ସେ ବିଜେଡିରେ ମଧ୍ୟ ସାମିଲ ହୋଇଛନ୍ତି । ତେବେ ସେ ବହୁଦିନ ହେବ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ବିଜେପି ଏଥର ତାଙ୍କୁ ବ୍ରଜରାଜନଗରରୁ ଟିକେଟ ନ ଦେଇ ସାଂସଦ ସୁରେଶ ପୂଜାରୀଙ୍କୁ ଦେଇଛି। ଯାହାକୁ ନେଇ ରାଧାରାଣୀ ବେଶ ଉତକ୍ଷିପ୍ତ ରହିଥିଲେ। ଏବଂ ଆଜି ଦଳ ଛାଡିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *