ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଜଣେ ସହକର୍ମୀ ଯୁବତୀଙ୍କ ପ୍ରତି ଅସଦାଚରଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ଅଧରାତିରେ ଅରୁଣ ବିଶ୍ୱାଳ ମହିଳା ସହକର୍ମୀଙ୍କ ଘରକୁ ଯାଇ ହଙ୍ଗାମା ସୃଷ୍ଟି କରିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ। ଏ ନେଇ ପୀଡ଼ିତା ମହିଳା ଜଣକ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆଧାରରେ ପୋଲିସ ଅଭିଯୁକ୍ତ ଅତିରିକ୍ତ ସଚିବଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି। Post navigation Utkal University Question Paper Leak: ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ସେମିଷ୍ଟାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ