ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ରାଷ୍ଟ୍ରପତିଙ୍କୁ ନେଇ ବ୍ରହ୍ମପୁର ବାହାରିଲା ଟ୍ରେନ୍ । ରାଷ୍ଟ୍ରପତିଙ୍କ ଟ୍ରେନକୁ ଏସ୍କର୍ଟ କରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍। ବ୍ରହ୍ମପୁରରୁ କାରରେ ତପ୍ତପାଣି ଯିବେ ରାଷ୍ଟ୍ରପତି । ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ଏହି ଭୁବନେଶ୍ୱର ଏବଂ ବ୍ରହ୍ମପୁର ମଧ୍ୟରେ ରେଳ ଯାତ୍ରା ପ୍ରାୟ ଦୁଇ ଘଣ୍ଟା ଦଶ ମିନିଟ୍ ସମୟ ନେବ। ରାସ୍ତାରେ ସୁରକ୍ଷା ବଜାୟ ରଖିବା ପାଇଁ ଦୁଇଟି ଏସ୍କର୍ଟ ଟ୍ରେନ୍ ମୁଖ୍ୟ ଟ୍ରେନ୍ ଆଗରେ ଏବଂ ପଛରେ ଚାଲିବ। Post navigation OUAT PG, PhD Students to Get Monthly Stipend: ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପ୍ରତିମାସ ଷ୍ଟାଇପେଣ୍ଡ Accused Escape Case In BBSR: ମହିଳା ଥାନାରୁ ଅଭିଯୁକ୍ତ ଚମ୍ପଟ୍ ମାରିବା ଘଟଣା; ଡିସିଓ ଏବଂ ସେଣ୍ଟ୍ରି ନିଲମ୍ବିତ