ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଓ ଆନୁଷଙ୍ଗିକ ବିଷୟରେ ପାଠ ପଢ଼ୁଥିବା ନିୟମିତ ଛାତ୍ରଛାତ୍ରୀଙ୍କୁ ଏଣିକି ପ୍ରତିମାସ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ୧୦,୦୦୦ ଟଙ୍କା ମିଳିବ ଏବଂ ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୧୫,୦୦୦ ଟଙ୍କା ମିଳିବ। ଏହି ପଦକ୍ଷେପ ମାଧ୍ୟମରେ ଉଚ୍ଚଶିକ୍ଷା, ଗବେଷଣା ଓ କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। Post navigation बिहार में बीजेपी को प्रशांत किशोर का झटका, मांजलपुर में बीजेपी की बंपर जीत, दतिया में कांग्रेस का कब्जा President Murmu to Visit Berhampur: ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି