କେନ୍ଦୁଝର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ନିକଟରେ ଇସ୍ତଫା ଦେଇଛନ୍ତି ୨୨ ସରପଞ୍ଚ। ତେଲକୋଇ ବ୍ଲକର ୨୨ ସରପଞ୍ଚଙ୍କ ସମୂହ ଇସ୍ତଫା।
ସୂଚନା ଅନୁଯାୟୀ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମରେ ସରପଞ୍ଚଙ୍କୁ ଅବହେଳା ଅଭିଯୋଗ କରିଛନ୍ତି। ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ସରପଞ୍ଚଙ୍କୁ ଅଣଦେଖା ଅଭିଯୋଗ ଆସିଛି।

ଗତକାଲି ହୁମା ପଞ୍ଚାୟତର ଗଡ଼ହୁମାରେ ଥିବା ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରକୁ ଅପମାନ ଏବଂ ଅଣଦେଖା ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣ ଦେଲେ ଗ୍ରାମବାସୀ । ଗଡ଼ଜାତ ସମୟର ଜଗନ୍ନାଥ ମନ୍ଦିରକୁ ଅଣଦେଖା କରି ଅନ୍ୟ ଏକ ଜାଗାରେ ଅର୍ପଣ ରଥ ଉଦଘାଟନ ସହ ପରିକ୍ରମା କରିବାକୁ ନେଇ ଦେଖାଦେଇଛି ବିବାଦ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *