ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର

ପରିଡ଼ାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଦୁଇଜଣଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ପିପିଲିରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।

ସୁଚନାମୂତବକ, ଗତକାଲି ସମିତିସଭ୍ୟ ଗଦାଧରଙ୍କ ସମେତ ଅନ୍ୟ କର୍ମୀମାନେ ବାଇକ ଯୋଗେ ସହଜପୁର ପଞ୍ଚାୟତର ସୁବୁଦ୍ଧିପଡା ଦେଇ ଯାଉଥଲେ। ଏହି ସମୟରେ ବିଜେଡିର ସ୍ଥାନୀୟ ନେତା ଓ ତାଙ୍କର ସମର୍ଥକମାନେ ଗଦାଧର ଓ ୨କର୍ମୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଗଦାଧର ଓ ୨ କର୍ମୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରଯାଇଛି।

ଗତକାଲିର ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି କର୍ମୀ ପିପିଲି ଥାନା ଘେରାଉ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଅନ୍ୟପକ୍ଷରେ ମୁଖ୍ୟଅଭିଯୁକ୍ତି ଧରିବାକୁ ଖୋଳତାଡ ଆରମ୍ଭ କରିଛି।

ଘଟଣାର କିଛି ସମୟ ପୂର୍ବରୁ ଏହା ପୂର୍ବରୁ ବିଜେଡି ଦଳର ଉକ୍ତ ବ୍ୟକ୍ତି ମାନେ ସେଠାରେ ଗାଳିଗୁଲଜ କରିବା ସହ ଜଣଙ୍କ ଘର ଉପରକୁ ଟେକା ମାଡ କରିଥିବା ବେଳେ ଏ ସମ୍ପର୍କରେ ପୁଲିସ କୁ ଖବର ଦିଆଯାଇଥିଲା । ତେବେ ଦୀର୍ଘ ସମୟ ପର୍ୟ୍ୟନ୍ତ ପୁଲିସ ସେଠାରେ ପହଂଚି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ରାତି ସାଢେ ଦୁଇଟାରେ ଏନେଇ ପୁଲିସ ରେ ଅଭିଯୋଗ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇଛି ଓ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ୍ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଆଶ୍ରିତଙ୍କ ହସ୍ତକ୍ଷେପ ପରେ ରାତି ୨ ଟା ୪୫ ରେ ଥାନା ଘେରାଉ ହଟିଥିଲା । ତେବେ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ପୁଲିସ କୋହଳ ମନୋବୃତ୍ତି ପୋଷଣ କଲେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଆଶ୍ରିତ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *