ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଜୋରଦାର ହୋଇଛି ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପୂର୍ବରୁୁ ବିଜେପିର ମାରାଥନ୍ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟର ୩ଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।

ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଅପରାହ୍ନ ୨ଟାରେ ବାଲେଶ୍ୱର ରେମୁଣାସ୍ଥିତ ନରହରି ପଡ଼ିଆକୁ ଯାଇ ଅନ୍ୟ ଏକ ସାଧାରଣ ସଭାରେ ଅଭିଭାଷଣ ଦେବେ ।

ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ବରୁଆ ପଡ଼ିଆରେ ମୋଦୀ ଶେଷ ଅଭିଭାଷଣ ଦେବା ପରେ ଦିଲ୍ଲୀ ଫେରିବେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *