ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଓକିଲଙ୍କ ଆବେଦନ ଆଧାରରେ ପ୍ରଶାନ୍ତ ଜଗଦ୍ଦେବ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ୪ଟା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅସୁସ୍ଥତା ହେତୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇଥିବା ନେଇ ପ୍ରଶାନ୍ତ ଜଗଦେବଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କୁ ମେଡିସିନ୍ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।ତାଙ୍କର ସ୍ପାଇନାଲ କର୍ଡ ସହିତ ମଧୁମେହ ଆଦି ବହୁତ ସମସ୍ୟା ଅଛି ବୋଲି ବିଧାୟକଙ୍କ ଓକିଲ କୋର୍ଟରେ ଅପିଲ କରିଥିଲେ। ଏହାପରେ କୋର୍ଟଙ୍କ ଆଦେଶକ୍ରମେ ଜେଲରେ ପ୍ରଶାନ୍ତ ଜଗଦେବଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ତାପରେ କୋର୍ଟ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *