ବିଜେପିରୁ ବିଦା ହେଲେ ହିମାଂଶୁ ଶେଖର ସାହୁ। ଦଳବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କାର ହେଲେ ହିମାଂଶୁ। ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।ବିଜେପି ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି ହିମାଂଶୁ।

ସୂଚନା ଯୋଗ୍ୟ ଯେ,ବିଜେପି ଧର୍ମଶାଳାରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । ତେବେ ଏହାକୁ ନେଇ ହିମାଂଶୁଙ୍କ ସମର୍ଥକମାନେ ବିଜେପି କାର୍ଯ୍ୟାଳୟ ବାହାରେ କିଛି ଦିନ ତଳେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିିକେଟ ଦେବାକୁ ଅଡି ବସିଥିଲେ । ଏହାପରେ ସେ ସ୍ୱାଧୀନ ଭାବେ ନାମାଙ୍କନ ଭରି ନିର୍ବାଚନକୁ ଓହ୍ଲାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *